ନିର୍ମଳାଙ୍କ ସମେତ ‘ଫୋବ୍ସ୍’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ
ନୂଆଦିଲ୍ଲୀ: ‘ଫୋବ୍ସ୍’ ପତ୍ରିକାର ବିଶ୍ୱର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି । ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍ସିଏଲ୍ କର୍ପୋରେସନ୍’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା, ୭୦ତମ ସ୍ଥାନରେ ଅଛନ୍ତି ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷା ସୋମା ମଣ୍ଡଳ ଓ ୭୬ତମ ସ୍ଥାନରେ ଅଛନ୍ତି ‘ବାୟୋକନ୍’ର ସଂସ୍ଥାପିକା କିରଣ ମଜୁମଦାର-ଶ’ । ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ‘ୟୁରୋପିଆନ୍ କମିସନ୍’ର ମୁଖ୍ୟା ଉର୍ସୁଲା ବନ୍ ଡେର୍ ଲିୟେନ୍ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ‘ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ର ମୁଖ୍ୟା କ୍ରିଷ୍ଟାଇନ୍ ଲାଗାର୍ଡେ ଓ ତୃତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ୍ । ତାଲିକାର ୫ମ ସ୍ଥାନରେ ଅଛନ୍ତି ଗାୟିକା ଟେଲର୍ ସ୍ୱିଫ୍ଟ୍ । ୨୦୧୯ ମେ’ରେ ଭାରତର ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ‘କର୍ପୋରେଟ୍ ଆଫେୟାର୍ସ’ ମନ୍ତ୍ରାଳୟ ଦାୟିତ୍ୱରେ ବି ଅଛନ୍ତି । ରାଜନୀତିରେ ଯୋଗ ଦେବା ଆଗରୁ ସେ ଇଂଲଣ୍ଡ୍ର ‘ଏଗ୍ରିକଲ୍ଚୁରାଲ୍ ଇଞ୍ଜିନିୟର୍ସ ଆସୋସିଏସନ୍’ ଓ ‘ବିବିସି ୱାର୍ଲଡ୍ ସର୍ଭିସ୍’ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ବୋଲି ‘ଫୋବ୍ସ୍’ କହିଛି । ସେ ‘ନ୍ୟାସ୍ନାଲ୍ କମିସନ୍ ଫର୍ ୱିମିନ୍’ର ସଦସ୍ୟ ମଧ୍...