Posts

Showing posts from November, 2023

ଓଡ଼ିଆ ଝିଅ

Image
  ‌ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି https://sambad.in/india-and- beyond/manisha-an-odia-girl- is-the-countrys-first-woman- adc-ss-1097125/ Latest ଦେଶ- ବିଦେଶ By  Sambad Digital   Last updated  Nov 30, 2023   ସେୟାର ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ, ମନୀଷା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଥିଲା। ଏହାପରେ ଆଜି ଠାରୁ ସେ ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମନୀଷ‌ା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି। ମନୀଷାଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଏକ ମାଇଲଖୁଣ୍ଟ ନୁ‌ହେଁ ବରଂ ମହିଳା ଶକ୍ତିର ସାକ୍ଷ୍ୟ ତ...