Posts

ନିର୍ମଳାଙ୍କ ସମେତ ‘ଫୋବ୍‌ସ୍‌’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ‘ଫୋବ୍‌ସ୍‌’ ପତ୍ରିକାର ବିଶ୍ୱର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି । ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍‌ସିଏଲ୍ କର୍ପୋରେସନ୍‌’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା, ୭୦ତମ ସ୍ଥାନରେ ଅଛନ୍ତି ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷା ସୋମା ମଣ୍ଡଳ ଓ ୭୬ତମ ସ୍ଥାନରେ ଅଛନ୍ତି ‘ବାୟୋକନ୍‌’ର ସଂସ୍ଥାପିକା କିରଣ ମଜୁମଦାର-ଶ’ । ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ‘ୟୁରୋପିଆନ୍ କମିସନ୍‌’ର ମୁଖ୍ୟା ଉର୍ସୁଲା ବନ୍ ଡେର୍ ଲିୟେନ୍ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ‘ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍‌’ର ମୁଖ୍ୟା କ୍ରିଷ୍ଟାଇନ୍ ଲାଗାର୍ଡେ ଓ ତୃତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ୍ । ତାଲିକାର ୫ମ ସ୍ଥାନରେ ଅଛନ୍ତି ଗାୟିକା ଟେଲର୍ ସ୍ୱିଫ୍ଟ୍ । ୨୦୧୯ ମେ’ରେ ଭାରତର ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ‘କର୍ପୋରେଟ୍ ଆଫେୟାର୍ସ’ ମନ୍ତ୍ରାଳୟ ଦାୟିତ୍ୱରେ ବି ଅଛନ୍ତି । ରାଜନୀତିରେ ଯୋଗ ଦେବା ଆଗରୁ ସେ ଇଂଲଣ୍ଡ୍‌ର ‘ଏଗ୍ରିକଲ୍‌ଚୁରାଲ୍ ଇଞ୍ଜିନିୟର୍ସ ଆସୋସିଏସନ୍‌’ ଓ ‘ବିବିସି ୱାର୍ଲଡ୍ ସର୍ଭିସ୍‌’ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ବୋଲି ‘ଫୋବ୍‌ସ୍‌’ କହିଛି । ସେ ‘ନ୍ୟାସ୍‌ନାଲ୍ କମିସନ୍ ଫର୍ ୱିମିନ୍‌’ର ସଦସ୍ୟ ମଧ୍...

ଓଡ଼ିଆ ଝିଅ

Image
  ‌ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି https://sambad.in/india-and- beyond/manisha-an-odia-girl- is-the-countrys-first-woman- adc-ss-1097125/ Latest ଦେଶ- ବିଦେଶ By  Sambad Digital   Last updated  Nov 30, 2023   ସେୟାର ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ, ମନୀଷା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଥିଲା। ଏହାପରେ ଆଜି ଠାରୁ ସେ ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମନୀଷ‌ା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି। ମନୀଷାଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଏକ ମାଇଲଖୁଣ୍ଟ ନୁ‌ହେଁ ବରଂ ମହିଳା ଶକ୍ତିର ସାକ୍ଷ୍ୟ ତ...

ଓଡିଶାରେ ବତକ ଚାଷ

  ଆତ୍ମନିର୍ଭରଶୀଳ କରିଛି ବତକ ଚାଷ https://sambadepaper.com/ imageview_280726_467528_4_88_ 08-10-2021_0_i_1_sf.html